
ଭୁବନେଶ୍ୱର– ସରକାର ଆସିବାର ବର୍ଷକରୁ ଅଧିକ ସମୟ ବିତିଲାଣି। କିନ୍ତୁ ଆଜି ବି ଲୋକେ ନବୀନ ବାବୁଙ୍କୁ ଝୁରୁଛନ୍ତି। ନୂଆ ସରକାରରୁ ଯାହା ଆଶା ରଖିଥିଲେ ତାହା ହେଉନି। ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ନେତୃତ୍ୱ ଦିଶା ହୀନ। ଲୋକଙ୍କ ମନ ଏବେ ୟୁ ଟର୍ଣ୍ଣନେଲାଣି ବୋଲି କହିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।
ସେହିପରି ସନ୍ତୋଷ ଖଟୁଆଙ୍କ ଉପରେ ପ୍ରତିକ୍ରିୟା ରଖି ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଲୋକ ପ୍ରତିନିଧି ହେବା ପରେ ଚାଲିଚଳନ, ବ୍ୟବହାର ଅନୁକରଣୀୟ ହେବା ଉଚିତ୍। କିନ୍ତୁ ସନ୍ତୋଷ ଖଟୁଆଙ୍କ ଅଶାଳୀନ ବ୍ୟବହାରକୁ ତାଙ୍କ ଦଳରେ ବି ଗ୍ରହଣ କରୁନାହାଁନ୍ତି। ଏହା ନୀନ୍ଦନୀୟ।
ବ୍ୟାସ ନଗର ଘଟଣାକୁ ନେଇ ସେ କହିଛନ୍ତି ଯେ, ଲୋକ ତନ୍ତ୍ର ଓ ପ୍ରଶାସନିକ ଅଧିକାରୀ ଏକାଠି ଚାଲିବାର ଆବଶ୍ୟକତା ରହିଛି। ସରକାରୀ ଅଧିକାରୀ ମାନଙ୍କୁ ସରକାର ବିଶ୍ବାସକୁ ନେବା ଉଚିତ। ବିଜେପି ଦଳର କର୍ମୀ ମାନେ ଲଗାମ୍ ଛଡା ହୋଇଯାଇଛନ୍ତି। ସରକାରୀ ଅଫିସକୁ ଯାଇ ଅଧିକାରୀ ମାନଙ୍କୁ ଜୁଲମ୍ କରୁଛନ୍ତି। ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ଵୟ ରହୁନି। ଯେଉଁଥିପାଇଁ ରାଜ୍ୟରେ ଆଜି ଏଭଳି ସ୍ଥିତି ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି ।