
ଭୁବନେଶ୍ୱର– ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାଜିଲେ ଟ୍ରାଫିକ ପୋଲିସ । ଅମାନିଆଙ୍କୁ ହେଲମେଟ ପିନ୍ଧିବାକୁ କଲେ ସଚେତନ । ରାଜ୍ୟ ପରିଵହନ ବିଭାଗ ପକ୍ଷରୁ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ବ୍ରାଣ୍ଡ ଆମ୍ବସଡର କରାଯାଇଛି । ସଡ଼କ ସୁରକ୍ଷା ସଚେତନତା ନେଇ ଇନଫୋସିଟି ଛକରେ ଏକ ପ୍ରମୋ ସୁଟ କରାଯାଉଥିଲା । ସେହି ରାସ୍ତାରେ ଦୁଇଜଣ ଯୁବକ ବିନା ହେଲମେଟରେ ରଙ୍ଗ ରୁଟରେ ଆସୁଥିବା ଦେଖିବାକୁ ପାଇଥିଲେ ସିଦ୍ଧାନ୍ତ । ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ହୋଇ ଅମାନିଆ ମାନଙ୍କୁ ସଚେତନତା କରିବା ସହ ଟ୍ରାଫିକ ନିୟମ ମାନି ହେଲମେଟ ପିନ୍ଧିବାକୁ ସଚେତନତା କରିଥିଲେ ।