
ଜୟପୁର- ବହୁ ପ୍ରତୀକ୍ଷିତ ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟରରେ ଆଜି ଠାରୁ ଶିକ୍ଷାଦାନ ଆରମ୍ଭ ହୋଇଛି । ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଛି । ସୋମବାର ଠାରୁ ଛାତ୍ରଛାତ୍ରୀ ମାନେ ଏଠାରେ ପାଠ ପଢିଛନ୍ତି । ପ୍ରଥମ ଠାରୁ ପଞ୍ଚମ ଯାଏ ଏଠାରେ କ୍ସାସ ରହିଛି । ଆଜି ୫ଟି ଶ୍ରେଣୀରେ ୧୭୯ ଜଣ ଉପସ୍ଥିତ ଥିବା ନେଇ ବିଦ୍ୟାଳୟର ଅଧକ୍ଷ ହରିହର ପଣ୍ଡା ସୂଚନା ଦେଇଛନ୍ତି । ସକାଳ ୭ଟା ୪୦ ରେ ବିଦ୍ୟାଳୟ ଆରମ୍ଭ ହୋଇ ଅପରାହ୍ନ ୨ଟା ୧୦ ରେ ଶେଷ ହୋଇଥିଲା ।
ପ୍ରକାଶ ଥାଉକି, ଗତକାଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥ ସାଗର ନିକଟରେ ୮ ଏକର ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ନିର୍ମାଣ ନେଇ ଭୂମିପୂଜା କରିବା ସହ ଭିତ୍ତିପ୍ରସ୍ତର ଦେଇଥିଲେ ଓ ବିଦ୍ୟାଳୟ ଉଦଘାଟନ କରିଥିଲେ । ସୋମବାର ଠାରୁ ଶିକ୍ଷାଦାନ ହେବା ନେଇ ଘୋଷଣା କରିଥିଲେ ।