
ଜୟପୁର– ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଞ୍ଚି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଦିନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟା ସମୟରେ ଶେଷ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ଏବିଡିଓ ମନୋଜ ନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଏପିଓ ସନ୍ତୋଷି ମହାପାତ୍ର, ସହକାରି ଯନ୍ତ୍ରୀ ରଞ୍ଜିତା ରାଣି ପଣ୍ଡା, ଏକାଉଣ୍ଟସ ଅଫିସର ତପ୍ତମାଶି ଖୁଣ୍ଟିଆ, ଡବ୍ଲୁଓ ଆଭା ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଚନ୍ଦନ ମହାରଣା, ପିଇଓ ଶ୍ରୀୟା ସାହୁଙ୍କ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ ।
ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀମାନେ ରାସ୍ତା, ଡ୍ରେନ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ଆଦି ନେଇ ଅଭିଯୋଗ କରିଥିଲେ।