
ଭୁବନେଶ୍ୱର– ବିଜେପି ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଆସନ୍ତାକାଲି (ମଙ୍ଗଳବାର)ଦିନ ୧୧ଟାରେ ନୂତନ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ। ବିଜେପି ସାଂଗଠନିକ ନିର୍ବାଚନ ଅଧିକାରୀ ସଞ୍ଜୟ ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସୋମବାର ନାମାଙ୍କନ ଦାଖଲ ଥିବା ବେଳେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସାମଲ। ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ନାମାଙ୍କନ ଦାଖଲ କରିନାହାନ୍ତି। ତେଣୁ ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେବା ପ୍ରାୟ ନିଶ୍ଚିତ ହୋଇଛି।