
ଭୁବନେଶ୍ୱର– ଶ୍ରୀଜୀଉଙ୍କ ସୁନାବେଶର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀଜୀଉଙ୍କ ମାନବୀୟ ଲୀଳାର ଅନନ୍ୟ ଉଦାହରଣ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରେଷ୍ଠ ବେଶଗୁଡ଼ିକ ମଧ୍ୟରେ ଅନ୍ୟତମ ‘ସୁନାବେଶ’ ଅବସରରେ ଶୁଭେଚ୍ଛା। ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କ ସୁଖ, ସମୃଦ୍ଧି ଏବଂ ସଫଳତା କାମନା କରୁଛି।