
ପୁରୀ, ଆଜି ରବିବାର ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଅନୁଷ୍ଠିତ ହେବ | ଏଥି ନିମନ୍ତେ ଶନିବାର ରାତି ସାରା ଅଧିକ ଭକ୍ତ ପୁରୀକୁ ଆଗମନ କରିଛନ୍ତି| ପୁରୀ ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ପାର୍କିଂ ସ୍ଥାନଗୁଡ଼ିକର ଉପଲବ୍ଧତା ଅନୁସାରେ ତାଳବଣିଆ ପାର୍କିଙ୍ଗ ଏବଂ ଷ୍ଟର୍ଲିଂ ଆଡକୁ ଗାଡିଗୁଡିକ ଗତି କରାଯାଉଛି। ବାଟଗାଁ,ମାଳତୀପାଟପୁରରେ ଗାଡି ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ । ଭକ୍ତ, ଶ୍ରଦ୍ଧାଳୁ, ଗାଡିଚାଳକମାନେ ଦୟା କରି ଏହି ସୂଚନାକୁ ଧ୍ୟାନରେ ରଖନ୍ତୁ ଏବଂ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ପ୍ରଶାସନ ସୂଚନା ଦେଇଛି ।