
ଭୁବନେଶ୍ୱର- ଦଳର କ୍ୟାଡର ଭିତରୁ ଜଣେ ସଭାପତି ହେବେ ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । ଆମ ଦଳରେ ସଭାପତି ବଡ ନୁହେଁ । କେବଳ ମିଟିଂ ପରିଚାଳନା କରିବେ ।
ସରକାର ଆଉ ଦଳର ପରିଚାଳନା ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ରାଜ୍ୟ ସଭାପତି ବଡ ଦାୟିତ୍ଵ ରହିଛି । ଆଗକୁ ବିଜେପିର ଏକ ସ୍ବତନ୍ତ୍ର ଟିମ ହେବ । ଏ ଟିମ ପଦକ୍ଷେପ ନେବ ସରକାର ଆଉ ସଂଗଠନର ସମନ୍ଵୟ କିଭଳି ରହିବ । ସଭାପତି ଚୟନ ନେଇ ନିର୍ବାଚନ ହେବ । ତେବେ ଏକ ରୁ ଅଧିକ ନାମାଙ୍କନ ନ ଭରିଲେ ଜଣଙ୍କ ନାଁ ରେ ମୋହର ବାଜିବ । ସମସ୍ତଙ୍କ ସହ ଆଲୋଚନା ହୋଇ ସହମତ ଭିତ୍ତିରେ ମଧ୍ୟ ସଭାପତି ଚୟନ ହୋଇପାରେ । ମୁଁ ରାଜ୍ୟ ସଭାପତି ନେଇ ଆଶାବାଦୀ ନାହିଁ । ସଭାପତି ପଦ ଦେଲେ ସଭାପତି ହେବି ନାହିଁ । ମତେ ଯାଚି କି ଦେଲେ ବି ହେବି ନାହିଁ ସଭାପତି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।