
ଝାରସୁଗୁଡା- ଜିଲ୍ଲା ଆଦିବାସୀ କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ସୁରେନ୍ଦ୍ର ସାଏ ଫୁଟବଲ କପ ପ୍ରତିଯୋଗିତାର ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ ସୁନ୍ଦରଗଡ ଫୁଲଡ଼ିହି ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ମନମୋହନ ପଡ଼ିଆ ଠାରେ ଆଜି ସୁନ୍ଦରଗଡ ଫୁଲ ଡ଼ିହି ଓ ରେଙ୍ଗାଲି ଲିଟିଲ ଷ୍ଟାର ଦଳ ମଧ୍ୟରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ୩- ୨ ଗୋଲରେ ବିଜୟୀ ହୋଇ ଦ୍ବିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି। ଆସନ୍ତା ୯ ତାରିଖରେ ସୁନ୍ଦରଗଡ ଓ ଝାଡେଶ୍ୱର ଚିଠୁଆପଡା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଅାଜିର ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା ।
ବିଶିଷ୍ଟ ଆଦିବାସୀ ନେତା ମହେନ୍ଦ୍ର ନାୟକ ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ତାପସ ରାୟ ଚୌଧୁରୀ, ରତ୍ନାକର ପ୍ରଧାନ ଓ ଶରତ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହେବା ସହ ଖେଳାଳିଙ୍କ ଉତ୍ସାହିତ କରିଥିଲେ।ଶ୍ରେଷ୍ଠ ଖେଳାଳି ଭାବେ ଦୀପକ ମୁଣ୍ଡାଙ୍କୁ ବିବେଚିତ କରି ପୁରସ୍କୃତ କରିଥିଲେ। ରେଫରି ଭାବେ ରମଣି ମାଝି, ସୁଜିତ କୁଜୁର, ଅଜିତ କୁଜୁର ଓ ସଞ୍ଜୟ ଦାସ ମ୍ୟାଚ ପରିଚାଳନା କରିଥିଲେ।