
ଝାରସୁଗୁଡା- ଝାରସୁଗୁଡା ସଦର ବ୍ଲକ ପୂର୍ଣ୍ଣା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଦଲକି ପଞ୍ଚାୟତରେ ଥିବା ଦୁଇଟି ପ୍ରାଥମିକ, ତିନୋଟି ଉଚ୍ଚ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟର ମୋଟ୍ ୩୫୬ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନି ଉତ୍ସବରେ ଦଲକି ପଞ୍ଚାୟତ ସରପଞ୍ଚ ଦିଲିପ ପାଣ୍ଡେ, କୁରେବଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘସିଆ ମେହେର ଓ ସହକାରୀ ଶିକ୍ଷକ ଗୌତମ ପାଣ୍ଡେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି କ୍ରୀଡ଼ା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ। ପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ମହାପାତ୍ର ସ୍ୱାଗତ ଭାଷଣ, ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ନାଏକ ସଭା ପରିଚାଳନା ଓ ଶାରୀରିକ ଶିକ୍ଷକ ଗଜିନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଜମେରା ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷକ କୈଳାସ ସେନାପତି, ପତ୍ରପାଲି ଉଚ୍ଚ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ଅଶୋକ ବିଶ୍ବାଳ,ଗଜିନ୍ଦ୍ର ଭୋଇ ଓ ଶ୍ରୀଧର ପଶାୟତ କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।