ବ୍ରହ୍ମପୁର/ଭୁବନେଶ୍ୱର – ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ସଂସଦରେ ପ୍ରସ୍ତୁତ ହୋଇଥିବା କେନ୍ଦ୍ରୀୟ ବଜେଟର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସ୍ୱାଗତ କରୁଛି । ଗତ ବର୍ଷ ବଜେଟ୍ ତୁଳନାରେ ଚଳିତ ବର୍ଷ ଶିକ୍ଷା ପାଇଁ ଅଧିକ ଅର୍ଥ ଆବ ନ କରାଯାଇଛି ଯାହାକି ଶିକ୍ଷା କ୍ଷତ୍ରରେ ଉନ୍ନତିରେ ସହାୟକ ହେବ ।
ବଜେଟ୍ରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୯୯,୩୦୦ କୋଟି ଟଙ୍କା ଆବଂଟନ କରାଯିବା ସହିତ କୈାଶଳ ବିକାଶ ପାଇଁ ଅତିରିକ୍ତ ୩୦୦୦ କୋଟି ଟଙ୍କା ଆବଂଟନ କରାଯାଇଛି । ଆର୍ôଥକ ସ୍ତରରେ ଦୁର୍ବଳ ଥିବା ଛାତ୍ରଙ୍କ ପାଇଁ ଅନଲାଇନ ଡିଗ୍ରୀ ପୋଗ୍ରାମ ଏବଂ ନୂତନ ଉଚ୍ଚ ଶିକ୍ଷା ସଂସ୍ଥାନ ଖୋଲିବା ଘୋଷଣା ଆଦି ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବ ।
କେନ୍ଦ୍ରୀୟ ବଜେଟର ସ୍ୱାଗତ ପୂର୍ବକ ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଲେ କି, ବ ର୍ମାନ ସମୟରେ ଭାରତର ଶିକ୍ଷା ବିବ୍ୟବସ୍ଥାକୁ ରୋଜଗାରଉନ୍ମୁଖି କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସ ନିଶ୍ଚିତ ସାଧାରଣ ଭାରତୀୟଙ୍କ ପାଇଁ ଆଶାର କିରଣ, ଏଥି ସହିତ ଜାତୀୟ ଶିକ୍ଷା ନୀତି ଶିଘ୍ର ଲାଗୁ କରାଯାଉ ବୋଲି ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଜ୍ୟ ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜକ ତୁତୁନ ପାତ୍ର, ବ୍ରହ୍ମପୁର ନଗର ସମ୍ପାଦକ ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ
ଥିଲେ ।