
ଭୁବନେଶ୍ୱର– ପୁରୁଷ ବର୍ଗର ୫୦୦୦ ମି. ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ମିଂହାମ୍, ୟୁଏସଏରେ ଆୟୋଜିତ ହେଉଥିବା ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ ୨୦୨୫ରେ ପୁରୁଷ ବର୍ଗର ୫୦୦୦ ମି. ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଗୌରବ ଆଣିଥିବା ଅଶୋକ ଦଣ୍ଡସେନାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର ଉତ୍ତରୋତ୍ତର ଉନ୍ନତି ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।