
ଭୁବନେଶ୍ୱର– ପୁରୁଷ ବର୍ଗର ୫୦୦୦ ମି. ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଶୋକ ଦଣ୍ଡସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବର୍ମିଂହାମ୍, ୟୁଏସଏରେ ଆୟୋଜିତ ହେଉଥିବା ୱାର୍ଲ୍ଡ ପୋଲିସ୍ ଆଣ୍ଡ ଫାୟାର୍ ଗେମ୍ସ ୨୦୨୫ରେ ପୁରୁଷ ବର୍ଗର ୫୦୦୦ ମି. ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ଅଶୋକ ଦଣ୍ଡସେନାଙ୍କୁ ଶୁଭେଚ୍ଛା । ଟୁର୍ଣ୍ଣାମେଂଟରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ସେ ଏଭଳି ବିଜୟ ଧାରା ଜାରି ରଖନ୍ତୁ ଏବଂ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି କାମନା କରୁଛି ।