
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଆସନ୍ତା ୦୪ ଜୁଲାଇ ୨୦୨୫ ଶୁକ୍ରବାର “ସନ୍ଧ୍ୟା ଦର୍ଶନ” ପାଇଁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲୁ ରହିବ |ସନ୍ଧ୍ୟା ୬ ଘଣ୍ଟିକା ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ।
ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।
ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ଯେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ l ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ଯବସ୍ଥାକୁ, ମହାପ୍ରଭୁଙ୍କ ନୀତି ସମ୍ପାଦନରେ ନିଜର ସେବା ସମର୍ପଣ ମନେ କରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ସହଯୋଗ କରିବେ ବୋଲି ଆଶା।
ସମସ୍ତ ସେବକ ନିଯୋଗଙ୍କ ସହଯୋଗ ଓ ସମନ୍ବୟ କାମନା ଶ୍ରୀମନ୍ଦିର ପ୍ରଶାସକ କରିଛନ୍ତି |