ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ କୃଷି ଦ୍ୱାରା ଯେ ସମାଜର ତଳେ ପଡିଥିବା ମଣିଷକୁ ଉଠାଇ ହେବ, ତାହା ସ୍ୱାମୀଜୀ ହୃଦୟଙ୍ଗମ କରିଥିଲେ । ଏଣୁ ଗ୍ରାମାଂଚଳରେ ଅବହେଳିତ ବର୍ଗର ଯୁବକ ଯୁବତୀମାନଙ୍କୁ ନେଇ ସେ ନିରନ୍ତର କୃଷି ପ୍ରଶିକ୍ଷଣ ଦେଉଥିଲେ । କଳିଙ୍ଗ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ବଦ୍ରିନାଥ ପଟ୍ଟନାୟକ କହିଲେ ଯେ ସ୍ୱାମୀଜୀ ପ୍ରକୃତରେ ଥିଲେ ଜଣେ କର୍ମଯୋଗୀ ।
ଶ୍ରଦ୍ଧାଞ୍ଜଳି ଜଣାଇ କୃଷି ବିଶ୍ୱ ବିଦ୍ୟାଳୟର ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର କହିଲେ ଯେ ରାଜ୍ୟ ସରକାର ନିଜଆଡୁ ଉଦ୍ୟମ କରି ସ୍ୱାମୀଜୀଙ୍କ ଆଶ୍ରମରେ ଏକ ଫରେଷ୍ଟ୍ରି କଲେଜ ଖୋଲିଲେ ସମଗ୍ର ପଶ୍ଚିମ ଓଡିଶାର ଛାତ୍ର ଯୁବକ ଉପକୃତ ହୁଅନ୍ତେ । ବରିଷ୍ଠ ଶ୍ରମିକ ନେତା ସୌରୀବନ୍ଧୁ କର କହିଲେ ଯେ କେନ୍ଦ୍ର ସରକାରଙ୍କ ଅନୁଦାନ କିଭଳି ସଫଳ ବିନିଯୋଗ ହୋଇଛି, ସରକାରୀ ପ୍ରଶାସକମାନେ ଦେଖିବା ଉଚିତ୍ ।
ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ପ୍ରତିଷ୍ଠାତା ସଂପାଦକ ପର୍ଶୁରାମ ଦ୍ୱିବେଦୀ ସ୍ୱାମୀଜୀଙ୍କ କର୍ମ ନିପୁଣତା ବିଷୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ସୀତାବଲ୍ଲଭ ମହାପାତ୍ର, ବାସ୍ତୁବିତ୍ ଡଃ ମନୋଜ ଲେଙ୍କା, ରାମ ନାରାୟଣ ମିଶ୍ର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ନବୀନ କୁମାର ସାହୁ, ଆଶୁତୋଷ ମିଶ୍ର, ଜଗଦିଶ ପ୍ରଧାନ, ରାଜକିଶୋର ସାହୁ ପ୍ରମୁଖ ସ୍ୱାମୀଜୀଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।