
ପୁରୀ, ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ତିନି ରଥ ସମ୍ମୁଖ ରେ ନୂତନ ପ୍ରକାଶିତ ସାପ୍ତାହିକ ପର୍ଯ୍ୟଟନ ସମାଚାର ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଙ୍କ ଦ୍ୱରା ଶୁଭ ଉନ୍ମୋଚନ ହୋଇଯାଇଛି | ଉନ୍ମୋଚନ ସମୟରେ ବରିଷ୍ଟ ସାମ୍ୱାଦିକା ବିଜୟଲକ୍ଷ୍ମୀ ମହାନ୍ତି, ବରିଷ୍ଟ ସାମ୍ବାଦିକ ବିଜୟ ମିଶ୍ର, ସୁଧାଂଶୁ ଶେଖର କର, ଅକ୍ଷୟ ସ୍ୱାଇଁ, ଓଡିଶୀ ନୃତ୍ୟ ଶିଳ୍ପୀ ଶ୍ରୀଜୟା ପଟ୍ଟନାୟକ ଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ | ଏହି ଖବରକାଗଜ ପୁରୀ ର ପର୍ଯ୍ୟଟନ ଶିଳ୍ପ ବୃଦ୍ଧି କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ରେ ସହାୟକ ହେବ ବୋଲି ଶ୍ରୀ ପାତ୍ର କହିଥିଲେ | ପର୍ଯ୍ୟଟନ ସମାଚାର ର ପ୍ରକାଶକ ସ୍ଵର୍ଣ୍ଣଲତା ପଟ୍ଟନାୟକ, ସମ୍ପାଦକ ନିମାଇଁ ଚରଣ ମହାନ୍ତି, ଦୁଃଖିଶ୍ୟାମ ପଟ୍ଟନାୟକ ଙ୍କ ସମେତ ଅନେକ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି |