ମିଳିଥିବା ସୂଚନା ଅନୁଯାୟୀ, ମହୋତ୍ସବରେ ସୈାନ୍ଦର୍ଯ୍ୟ ପାଇଁ ବ୍ୟବହୃତ ହେବାକୁ ଥିବା ବେଲୁନ୍ ଗୁଡିକରେ ଗ୍ୟାସ ଭର୍ତି କରାଯାଇଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା । ଫଳରେ ସେଠାରେ ଥିବା ବାଉଁରିଝାରକଟାର ଗ୍ରାମର ସୁନିଲ ଖଟୁଆ, ଜମଘାଟି ଗ୍ରାମର ମକରଧ୍ୱଜ ପ୍ରଧାନ ଓ କନ୍ଧରିଆପଡା ଗ୍ରାମର ମାନସ ଭୋଇ ଆହତ ହୋଇଥିଲେ । ଆହତମାନଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନଙ୍କ ମଧ୍ୟରୁ ସୁନିଲ ଖଟୁଆଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ମାନଓ ଭୋଇଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏହି ବିସ୍ପୋରଣ ଏତେ ଯୋରଦାର୍ ଥିଲା ଯେ ସେଠାରେ ଥିବା ବାଇକ୍, ସ୍କୁଟି, ସାଇକେଲ ଓ ଚାରିଚକିଆ ଯାନ କିଛି ମାତ୍ରାରେ ନଷ୍ଟ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଘଟିବା ପରେ ମହୋତ୍ସବର ଆୟୋଜକମାନେ ଦ୍ୱିତୀୟ ଦିନର ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିଦେଇଥିବା ବେଳେ ତୃତୀୟ ଦିନର କାର୍ଯ୍ୟକ୍ରମ ଯଥାରୀତି ଚାଲୁରହିବ ବୋଲି ସୂଚନା ଦିଆଯାଇଛି ।
Related Stories
January 17, 2025
January 17, 2025