
ଜମ୍ମୁ– ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାଶୀ ଅଭିଯାନ ଗୁରୁବାର ଆରମ୍ଭ କରାଯାଇଛି। ଆଜି ସକାଳୁ ଚାଲୁଥିବା ଗୁଳିବର୍ଷାରେ ଜଣେ ଆତଙ୍କବାଦୀ ଆହତ ହେବାର ଅନୁମାନ କରାଯାଉଛି। ଏହି ଅଭିଯାନରେ ଡ୍ରୋନ୍ ଓ ସନ୍ଧାନୀ କୁକୁରଙ୍କ ସହଯୋଗ ନିଆଯାଉଛି। ଅତିରିକ୍ତ ସୁରକ୍ଷାବାହିନୀ ଦ୍ୱାରା ଘେରାବନ୍ଦୀକୁ ଆହୁରି ଶକ୍ତିଶାଳୀ କରାଯାଉଛି।
ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀମାନଙ୍କର ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ବୁଧବାର ରାତି ପ୍ରାୟ ୭:୪୫ ବେଳେ ସେନା ଓ ସିଆରପିଏଫସହଯୋଗରେ ପୋଲିସ ଚଟରୁ ଅଞ୍ଚଳରେ ଘେରାବନ୍ଦୀ ଓ ତଲାଶୀ ଅଭିଯାନ ଆରମ୍ଭ କରିଥିଲା। ଆଜି ସକାଳେ ତଲାସୀ ଟିମକୁ ଦେଖିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ସଂଗଠନ ସହ ଜଡିତ ଆତଙ୍କବାଦୀମାନେ ଥିବା ସନ୍ଦେହରେ ତାଙ୍କୁ ମାରିବା ଓ ଘେରାବନ୍ଦୀକୁ ଶକ୍ତିଶାଳୀ କରିବା ପାଇଁ ଅଞ୍ଚଳକୁ ଅଧିକ ବଳ ପଠାଯାଇଛି।