
ଭୁବନେଶ୍ୱର– ପୁରୁଷ ବିଭାଗର ୮୪ କେଜିରୁ କମ୍ ବର୍ଗ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁମନ ଶେଖର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ମିଂହାମ୍, ୟୁଏସଏରେ ଆୟୋଜିତ ବିଶ୍ୱ ପୋଲିସ୍ ଓ ଫାୟାର୍ ଗେମ୍ସ ୨୦୨୫ ର ପୁରୁଷ ବିଭାଗର ୮୪ କେଜିରୁ କମ୍ ବର୍ଗ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶକୁ ଗର୍ବିତ କରିଥିବା ସୁମନ ଶେଖର ଦାସଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ତାଙ୍କର ଉତ୍ତରୋତ୍ତର ଉନ୍ନତି ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।