
ଭୁବନେଶ୍ୱର– ସ୍ୱର୍ଣ୍ଣ ପଦକ ଜିତିଥିବା ସୁମନ ଶେଖର ଦାସ ଓ ଭଗବାନ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବର୍ମିଂହାମ୍, ୟୁଏସଏରେ ଆୟୋଜିତ ବିଶ୍ୱ ପୋଲିସ୍ ଓ ଫାୟାର୍ ଗେମ୍ସ ୨୦୨୫ ର ପୁରୁଷ ବିଭାଗର ୮୪ କେଜିରୁ କମ୍ ବର୍ଗ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁମନ ଶେଖର ଦାସ ଓ ଅଣ୍ଡର 64 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭଗବାନ ରେଡ୍ଡୀଙ୍କୁ ଶୁଭେଚ୍ଛା । ସେମାନେ ଏଭଳି ବିଜୟ ଧାରା ଜାରି ରାଜ୍ୟ ତଥା ଦେଶକୁ ଗୌରବନିତ୍ୱ କରନ୍ତୁ । ଭବିଷ୍ୟତ ପାଇଁ ସଫଳତା କାମନା କରୁଛି ।