ବୌଦ୍ଧ- ବୈାଦ୍ଧ ସହର ଗାନ୍ଧୀଛକ ଠାରେ ଆଜି ଦିନ ଦ୍ୱିପହରରେ ଏକ ମୋଟରସାଇକେଲର ଡିକି ଭାଙ୍ଗି ୩ ଲକ୍ଷ ୮୮ ହଜାର ୭ ଶହ ଟଙ୍କା ଲୁଟ୍ ହୋଇଥିବା ବୈାଦ୍ଧ ଥାନାରେ ଅଭିଯୋଗ ହୋଇଛି ।
ପୋଲିସ ସୂତ୍ରରୁ ପ୍ରକାଶ, ବାଉଁଶୁଣୀ ଥାନା ଅନ୍ତର୍ଗତ କଣ୍ଠା ଗ୍ରାମର ପଂଚାନନ ସାହୁ ଆଜି ବୈାଦ୍ଧକୁ ଧାନବିକ୍ରି ଟଙ୍କା ଉଠାଣ ପାଇଁ ଆସି ପ୍ରଥମେ ବୈାଦ୍ଧ ବରୋଦା ବ୍ୟାଙ୍କକୁ ଯାଇ ୨ ଲକ୍ଷ ୩୦ ହଜାର ଟଙ୍କାର ଚେକଦେଇ ଟଙ୍କା ଆଣିଥିଲେ । ସେଠାରୁ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସି ୧ ଲକ୍ଷ ୫୮ ହଜାର ୭ ଶହ ଟଙ୍କାର ଚେକ ଦେଇ ଟଙ୍କା ଉଠାଇ ଥିଲେ । ସମୁଦାୟ ୩ ଲକ୍ଷ ୮୮ ହଜାର ୭ ଶହ ଟଙ୍କା ଏକ ବ୍ୟାଗରେ ନେଇ ନିଜର ମୋଟରସାଇକେଲର ଡିକିରେ ରଖିଥିଲେ । ସେଠାରୁ ଗାନ୍ଧୀଛକ ଠାରେ ଥିବା ଏକ ଘଡି ଦୋକାନରୁ ଘଡିକିଣି ଆସି ଡିକି ଖୋଲି ଦେଖିବାରୁ ଡିକିରେ ଟଙ୍କା ନାହିଁ । ସେ ତୁରନ୍ତ ବୈାଦ୍ଧ ପିସିଆରକୁ ଖବର ଦେଇଥିଲେ । ପିସିଆର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ସନ୍ଦେହରେ ଘଂଟା ଦୋକାନ ନିକଟରେ ଥିବା ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ।