
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରଥଯାତ୍ରା ର ଅନ୍ୟ ଏକ ନୀତି ହେରା ପଞ୍ଚମୀ ଏବଂ ରଥ ଦକ୍ଷିଣ ମୋଡ଼ | ଏହି ହେରା ପାଞ୍ଚମୀ ଅବସରରେ ମା ଲକ୍ଷ୍ମୀ ଶ୍ରୀମନ୍ଦିର ରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଆନ୍ତି ଏବଂ ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦେଖନ୍ତି ଏବଂ ମା ରାଗରେ ନନ୍ଦିଘୋଷ ରଥ ଭାଙ୍ଗନ୍ତି|ଏହାପରେ ପରମ୍ପରା ଅନୁସାରେ ରଥ ଦକ୍ଷିଣ ମୋଡ଼ ହୋଇଥାଏ|ଚଳିତ ବର୍ଷ ମଧ୍ୟ ହେରା ପଞ୍ଚମୀ ପରେ ବୁଧବାର ଦିନ ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ ହୋଇ ସାରିଛି।ତେବେ ସଂଧ୍ୟା ହୋଇଯିବା ଓ ବର୍ଷା କାରଣରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ହୋଇ ପାରି ନାହିଁ।ଆସନ୍ତା ଗୁରୁବାର ଦିନ ସକାଳ ୯ ଘଟିକା ସମୟ ରେ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ପାଇଁ ରଥ ଟଣା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି।