
ଜମ୍ମୁ– ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଶ୍ରୀଅମରନାଥ ଯାତ୍ରା ପାଇଁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ପ୍ରଥମ ବ୍ୟାଚକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ସହିତ ଅମରନାଥ ଯାତ୍ରାର ଆରମ୍ଭ ହୋଇଛି। ଉପରାଜ୍ୟପାଳ ସିହ୍ନା ଏହାପୂର୍ବରୁ ଜମ୍ମୁରେ ଥିବା ଯାତ୍ରୀ ନିବାସ ବେସ କ୍ୟାମ୍ପରେ ପୂଜା-ଅର୍ଚ୍ଚନା କରିଥିଲେ। ବେସ କ୍ୟାମ୍ପରୁ ତୀର୍ଥଯାତ୍ରୀମାନେ ଯିବା ସମୟରେ ‘ହର୍-ହର୍ ମହାଦେଵ’ ଓ ‘ବମ୍-ବମ୍ ଭୋଲେ’ ର ଜୟଧ୍ୱନି ଗୁଞ୍ଜରିତ ହୋଇଉଠିଛି ।
ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ ଆଜି ସକାଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମୁଦାୟ 5892 ଶ୍ରଦ୍ଧାଳୁ କାଶ୍ମୀର ଘାଟି ପାଇଁ ବାହାରିଛନ୍ତି । ଏଥିରେ 2487 ଶ୍ରଦ୍ଧାଳୁ ବାଲଟାଲ୍ ମାର୍ଗ ଦ୍ୱାରା ଓ 3403 ଶ୍ରଦ୍ଧାଳୁ ପହଲଗାମ୍ ମାର୍ଗ ଦ୍ୱାରା ଯାତ୍ରା କରିବେ। କାଶ୍ମୀର ଘାଟୀରୁ ଶ୍ରୀଅମରନାଥଙ୍କ ପବିତ୍ର ଗୁମ୍ଫା ପାଇଁ ଯାତ୍ରା 3 ଜୁଲାଇରୁ ଆରମ୍ଭ ହେବ। ଯାତ୍ରା ବାଲଟାଲ୍ ଓ ପହଲଗାମ୍ ଦୁଇଟି ମାର୍ଗ ଦ୍ୱାରା ଚାଲିଛି। ଜମ୍ମୁ-ଶ୍ରୀନଗର ରାଜମାର୍ଗ ତୀର୍ଥଯାତ୍ରୀମାନେ ମନ୍ଦିରକୁ ଯିବା ପାଇଁ ମୁଖ୍ୟ ରାସ୍ତା ଅଟେ।”