
ଭୁବନେଶ୍ୱର– ଆଜିଠୁ ବାହୁଡ଼ା ପ୍ରସ୍ତୁତି ।ତିନି ରଥ ନେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଶରଧାବାଲି ନିଆଯିବ । ଦିନ ୧୨ଟା ୩୦ରେ ରଥ ଆଜ୍ଞାମାଳ ବିଜେ ହେବ । ଆଜ୍ଞାମାଳ ଆସିବା ପରେ ରଥ ଦକ୍ଷିଣ ମୋଡ଼ ନେବ ।
ଗତକାଲିଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନୀତି । ବିଳମ୍ବିତ ରାତିରେ ମହାଲକ୍ଷ୍ମୀ ପହଞ୍ଚିଥିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ । ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଥିଲେ ରଥ । ରାଗ ଜର୍ଜରିତ ହୋଇ ଫେରି ଆସିଛନ୍ତି ଶ୍ରୀମନ୍ଦିର । ମହାପ୍ରଭୁ ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଏହାପରେ ଆଜି ତିନି ରଥର ଦକ୍ଷିଣ ମୋଡ କରାଯାଇ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।