
ଗଂଜାମ, ଗତକାଲି ଜାତୀୟ ଡାକ୍ତର ଦିବସ ଅବସରରେ ଖଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଶିବିର ତଥା ସଚେତନତା କାର୍ଯ୍ୟକ୍ରମ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା || ସମ୍ପାଦକ ଡା. ଅତୁଲ୍ୟ କୁମାର ପଟନାୟକ, କୋଷାଧକ୍ଷ ଡା. ସମରେନ୍ଦ୍ର କୁମାର ସାହୁ, ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ପଣ୍ଡା,ଡାକିରଣ କୁମାର ପାଣିଗ୍ରାହୀ, ଡା ବିପିନ ବିହାରୀ ସାହୁ, ଡା ରବୀନ୍ଦ୍ର କୁମାର ଗନ୍ତାୟତ, ଡା ଗାନ୍ଧୀ ଚୌଧୁରୀ, ଡା ସୁରଜିତ ପାଣିଗ୍ରାହୀ, ଡା ସୁଶ୍ରୀ ସଂସ୍କୃତି ସାହୁ ପ୍ରମୁଖ ରୋଗୀଙ୍କ ଚିକିତ୍ସା କରିବା ସହ ସଚେତନତା କାର୍ଯ୍ୟକ୍ରମ ରେ ଭଗନେଇଥିଲେ || ଏହି ଅବସରରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡା ପ୍ରବୀଣ କୁମାର ରଥ ଏବଂ ବରିଷ୍ଠ ଡାକ୍ତର ତଥା ସମାଜ ସେବି ଡା ଅଶୋକ କୁମାର ମିଶ୍ର, ଜିଲ୍ଲା ବି ଯେ ପି ସଭାପତି ଶ୍ରୀ ସରୋଜ ସାବତ ଓ ସାଂସଦଙ୍କ ପ୍ରତିନିଧି ଶ୍ରୀ ବାଳକୃଷ୍ଣ ସମନ୍ତରା ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇ ଥିଲା || ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡକ୍ଟର୍ସ ଫୋରମର ଜନହିତକର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ୍ୱ କରିବାପାଇଁ ପାଇଁ ଏକ ସ୍ଥାୟୀ କୋଠା ଯୋଗାଇବା ପାଇଁ କର୍ତ୍ତୃପକ୍ଷଙ୍କ ପାଖରେ ଦାବୀ ଉପସ୍ଥାପନା ପ୍ରସ୍ତାବ ଗ୍ରହଣ କରାଯାଇଥିଲା | ଶତାବନ ଜଣ ରୋଗୀଙ୍କ ବିଭିନ୍ନ ପରୀକ୍ଷା କରାଯାଇ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା || ଅପରାହ୍ନ ପାଞ୍ଚ ଘଣ୍ଟା ତିରିଶ ମିନଟରେ ଡିଭାଇନ ନର୍ସିଂ ହୋମର ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ବହୁ ସଦସ୍ୟ ଯୋଗ ଦେଇ ଡା ବିଧାନ ଚନ୍ଦ୍ର ରୟଙ୍କ ଜୀବନୀ ଓ ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ଓ ନିରାକରଣ ଉପରେ ଆଲୋଚନା କରିଥିଲେ || ଏହି ପରିପ୍ରେକ୍ଷୀରେ ଏକୋଇଶି ଜଣ ବିଶିଷ୍ଟ ଡାକ୍ତରଙ୍କୁ ରୋଟାରି କ୍ଲୁବ ତରଫରୁ ସମ୍ମାନିତ କରାଯାଇଥିଲା ||