
ଭୁବନେଶ୍ୱର -ଚଳିତ ମାସ ଜୁଲାଇ ୧୧ ତାରିଖ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି।