କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ ମଲ୍ଲିକ ତାଙ୍କ ଭାଷଣରେ ଓଡିଶା ବନାଂଚଳ ଉନ୍ନୟନ ଯୋଜନାରେ (ଜାଇକା) ପ୍ରକଳ୍ପ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ ପୂର୍ବକ ବାରିପଦା ବନଖଣ୍ଡ ବିଭାଗ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନସୁରକ୍ଷା ସମିତିର କର୍ମକର୍ତାମାନଙ୍କ ସହଯୋଗରେ ଜମି, ଜଙ୍ଗଲ, ଜଳ ଓ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ସଂପୃକ୍ତ ବନାଂଚଳ ବାସୀଙ୍କ ଜୀବନ ଜୀବିକା ନିର୍ବାହ ମାନର ଉନ୍ନତି ସକାଶେ ଡୁକୁରା, କପ୍ତିପଦା ଓ ବାଙ୍ଗିରିପୋଷି ଓ ବେତନଟୀ ଫରେଷ୍ଟ ରେଞ୍ଜ ସହ ଶିମିଳିପାଳ ବନାଂଚଳ ଅନ୍ତର୍ଗତ ସଂପୃକ୍ତ ବନ ସୁରକ୍ଷା କମିଟିର ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ, ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକ୍ରମର ସଫଳ ରୂପାୟନ କାର୍ଯ୍ୟକାରୀତା ସଂପର୍କରେ ସୂଚାଇ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏସଟିଆର୍ ଡେପୁଟୀ ଡାଇରେକ୍ଟର ଡ. ଯଜ୍ଞଦତ ପତି ଓ ବାରିପଦା ବନଖଣ୍ଡ ଏସିଏଫ୍ ମଙ୍ଗର ଧନଞ୍ଜୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୦୧୭ ମସିହାରୁ ସରକାରଙ୍କ ଓଡିଶା ବନାଂଚଳ ଉନ୍ନୟନ ଯୋଜନା ଜାଇକା ଆର୍ଥିକ ସହାୟତାରେ ବନଖଣ୍ଡ ବିଭାଗ ତତ୍ୱାବଧାନରେ କାର୍ଯ୍ୟକାରୀ କରାଯାଉଥିବା ବନାଂଚଳର ସଂପୃକ୍ତ ଜନସାଧାରଣ ଜୀବିକା ନିର୍ବାହ ମାନର ବିକାଶ ସାଧନ ଉଦ୍ଦେଶ୍ୟ ନେଇ ସରକାରଙ୍କ ବିଭିନ୍ନ ବିଭାଗ କାର୍ଯ୍ୟକ୍ରମ ସହିତ ବନଖଣ୍ଡୀୟ ପରିଚାଳନା ଏକକ କାର୍ଯ୍ୟକ୍ରମର ସଫଳ ରୂପାୟନ ସଂପର୍କରେ ସୂଚାଇଥିଲେ । ସେହିପରି ଅଜିତ୍ କୁମାର ସ୍ୱାଇଁ ଓ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଓଡିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ ୨ ଭାଗ ଜାଇକା ପ୍ରକଳ୍ପ ସହାୟତାରେ ବାରିପଦା କାର୍ଯ୍ୟକ୍ରମ ବାରିପଦା ବନଖଣ୍ଡ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଂପୃକ୍ତ ବନସୁରକ୍ଷା ସମିତିର ମିଳିତ ସହଯୋଗରେ ବନାଂଚଳ ଗ୍ରାମ ମାନଙ୍କରେ କାର୍ଯ୍ୟକାରୀ ଉଜୁଡା ଜଙ୍ଗଲର ପୁନଃଉଦ୍ଧାର ଓ ଚାରା ରୋପଣ, ଜଳ, ଜମି, ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ସଂରକ୍ଷଣ ବନାଂଚଳ ବାସୀ ଲୋକମାନଙ୍କ ସାମାଜିକ ଅର୍ଥନୈତିକ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ଯୋଜନାରେ ଉଦ୍ଦିଷ୍ଟ ଥିବା ଡିଡିୟୁ/ଜିକେୱାଇ, ଦକ୍ଷତା ବିକାଶ, ମିଶନଶକ୍ତି, ଆଦି ଆତ୍ମନିଯୁକ୍ତି ଭିତିକ ତଥା ସାମାଜିକ ଭିତିଭୂମି ବିକାଶ ମାଇକ୍ରୋ ପ୍ରକଳ୍ପ ଆଦି କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ଦ୍ୱିତୀୟ ବାର୍ଷିକ ଯୋଜନା କାର୍ଯ୍ୟ ଖସଡ଼ାର ବିଭିନ୍ନ ଦିଗ ଉପରେ ପାୱାର ପଏଣ୍ଟ ମାଧ୍ୟମରେ ସମୀକ୍ଷା ମୂଳକ ଆଲୋଚନା କରିଥିଲେ ।
ଏହି ଅବସରରେ ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ତପନ କୁମାର ଦାସ ପ୍ରମୁଖ ସମୀକ୍ଷା ବୈଠକରେ ଯୋଗ ଦେଇଥିବା ବନ ସୁରକ୍ଷା ସମିତିର ସଂପାଦକ/ସଭାପତି ମାନେ ବନ ସୁରକ୍ଷା ସମିତି ସହଯୋଗରେ ପ୍ରକଳ୍ପ କାର୍ଯ୍ୟକାରିତା ସଫଳତା ସଂପର୍କରେ ନିଜର ଅଭିଜ୍ଞତା ଓ ଅନୁଭୂତି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଫରେଷ୍ଟ ରେଞ୍ଜ ଅଧିକାରୀ ଦେଉଳୀ ରବିନାରାୟଣ ମହାନ୍ତି ସ୍ୱାଗତ ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଉଦଳା ଫରେଷ୍ଟ ରେଞ୍ଜ ଅଧିକାରୀ ଅଜୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଓଡିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ ବନାୟନ ଯୋଜନା କାର୍ଯ୍ୟକାରିତାର ଦ୍ୱିତୀୟ ଭାଗ -୨୦୨୦ କାର୍ଯ୍ୟ ଖସଡ଼ା ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ବାରିପଦା ବନଖଣ୍ଡର ସମସ୍ତ ଫରେଷ୍ଟ ରେଞ୍ଜ ଅଧିକାରୀ, କର୍ମଚାରୀ ଏବଂ ସଂପୃକ୍ତ ବିଭାଗ ପଦାଧିକାରୀ ଓ ବନସୁରକ୍ଷା ସମିତିର ସଭାପତି/ସଂପାଦକ/ସଦସ୍ୟ/ସଦସ୍ୟା ମାନେ ଯୋଗ ଦେଇଥିଲେ ।