
ନୂଆଦିଲ୍ଲୀ,ଆଜି ଠାରୁ ମହଙ୍ଗା ହେବ ରେଳଯାତ୍ରା । ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀ ଭଡ଼ାକୁ ବ୍ୟବସ୍ଥିତ କରିବା ତଥା ସେବାରେ ଆର୍ଥିକ ସ୍ଥିରତା ବୃଦ୍ଧି ଲାଗି ଜୁଲାଇ ୧ ମଙ୍ଗଳବାରଠାରୁ ସଂଶୋଧିତ ଭଡ଼ା ଲାଗୁ ହେବାକୁ ଯାଉଛି। ଜେନେରାଲ ନନ୍-ଏସି ଦ୍ଵିତୀୟ ଶ୍ରେଣୀରେ ସର୍ତ ଭିଭିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି । ୫୦୦ କିମି ଯାଏ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ । ୫୦୧ରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା ଏବଂ ୨୫୦୧ରୁ ୩ ହଜାର କିମି ଦୂରତ୍ଵ ପାଇଁ ଭଡ଼ା ୧୫ ଟଙ୍କା ବୃଦ୍ଧି ହୋଇଛି।