
ଭୁବନେଶ୍ୱର– କଲେଜରେ ବୃଦ୍ଧି ପାଉଛି ପ୍ରିନ୍ସିପାଲଙ୍କ ଅନୁପସ୍ଥିତ | ବାୟୋମେଟ୍ରିକ୍ ଉପସ୍ଥାନରେ ଅନିୟମିତତା ଏବଂ ଡ୍ୟୁଟିରେ ଅନଧିକୃତ ଅନୁପସ୍ଥିତ ବୃଦ୍ଧି ପାଇଛି | ତେଣୁ କଲେଜରେ ସମସ୍ତ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।
କଲେଜରେ ସର୍ବନିମ୍ନ 7 ଘଣ୍ଟା ରହିବାକୁ ସରକାର ଏବଂ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଧେଶ ରହିଥିଲେ ବି ଅନେକ ପ୍ରିନ୍ସପାଲ ଅନୁପସ୍ଥିତ ରହୁଛନ୍ତି। ପ୍ରିନ୍ସପାଲ ନିଜେ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିଵା ବେଳେ ସମାନ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କ ପ୍ରତି କଠୋର ହେଉଛନ୍ତି | ଏଥିସହ ପ୍ରିନ୍ସପାଲ ଓ କିଛି କର୍ମଚାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ନ ଦେଇ କଲେଜରେ ଅନଧିକାର ଭାବରେ ଅନୁପସ୍ଥିତ ରହୁଛନ୍ତି। ସମସ୍ତ ସମ୍ପୃକ୍ତଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶଦେଇଛନ୍ତି ।