
ନୂଆଦିଲ୍ଲୀ– ହୁଲ ଦିବସର ପବିତ୍ର ଅବସରରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଦିବାସୀ ସମାଜର ଅଦମ୍ୟ ସାହସ ଓ ଅସାଧାରଣ ପରାକ୍ରମକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଐତିହାସିକ ସାନ୍ତାଳ ବିପ୍ଳବକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସସମ୍ମାନିତ ସ୍ୱାଧୀନତା ସଂଗ୍ରାମୀ- ସିଦୋ-କାହ୍ନୁ, ଚାନ୍ଦ-ଭୈରବ ଓ ଫୁଲୋ-ଝାନୋ ପରି ଅଗଣିତ ଅନ୍ୟ ବୀର ଆଦିବାସୀ ସହିଦଙ୍କ ଚିରସ୍ଥାୟୀ ଐତିହ୍ୟକୁ ସମ୍ମାନ ଜଣାଇଛନ୍ତି, ଯେଉଁମାନେ ବିଦେଶୀ ଶାସନର ଅନ୍ୟାୟ ବିରୁଦ୍ଧରେ ନିଜ ପ୍ରାଣବଳି ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, “ହୁଲ ଦିବସ ଆମକୁ ଆମ ଆଦିବାସୀ ସମାଜର ଅଦମ୍ୟ ସାହସ ଓ ଅଦ୍ଭୁତ ପରାକ୍ରମକୁ ସ୍ମରଣ କରାଏ। ଐତିହାସିକ ସାନ୍ତାଳ ବିପ୍ଳବ ସହିତ ଜଡିତ ଏହି ବିଶେଷ ଅବସରରେ ସିଦୋ-କାହ୍ନୁ, ଚାନ୍ଦ-ଭୈରବ ଓ ଫୁଲୋ-ଝାନୋଙ୍କ ସହ ସେହି ସମସ୍ତ ବୀର ବୀରାଙ୍ଗନାଙ୍କୁ ହୃଦୟରୁ ନମନ ଓ ବନ୍ଦନ ଜଣାଉଛି,ଯେଉଁମାନେ ବିଦେଶୀ ଶାସନର ଅନ୍ୟାୟ ବିରୋଧରେ ଲଢ଼ି ନିଜ ଜୀବନ ଦେଇଥିଲେ । ସେମାନଙ୍କର ଶୌର୍ଯ୍ୟ ଗାଥା ଦେଶର ପ୍ରତ୍ୟେକ ପିଢିକୁ ମାତୃଭୂମିର ସ୍ୱାଭିମାନ ରକ୍ଷା ପାଇଁ ପ୍ରେରଣା ଦେଉଥିବ ।