
ଚଣ୍ଡିଗଡ– ପଂଜାବର ଫାଜିଲ୍କା ଅଞ୍ଚଳରୁ ୨୧ ଜୁନରୁ ନିଖୋଜ କୃଷକ ପାକିସ୍ତାନରେ ପହଞ୍ଚିଛନ୍ତି। ବିଏସଏଫ ସୋମବାର ଦିନ ଏହି ବିଷୟରେ ନିଖୋଜ ହୋଇଥିବା ଚାଷୀଙ୍କର ପରିବାରକୁ ସୂଚନା ଦେଇଛି, କିନ୍ତୁ ପରିବାର ଅନୁସାରେ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ତଥ୍ୟ ଦିଆଯାଇନାହିଁ।
ଫାଜିଲ୍କା ଜିଲ୍ଲାର ଖୈରେ ଗାଁର ଉତାଡ଼ ନିବାସୀ ଅମୃତପାଲ୍ ସିଂହ ୨୧ ଜୁନରେ ଚାଷ କରିବା ପାଇଁ ସୀମା ପାର୍ କରି ଚାଲିଯାଇଥିଲେ। ସନ୍ଧ୍ୟାବେଳେ ଅନ୍ୟ କୃଷକମାନେ ଫେରିଆସିଥିଲେ, କିନ୍ତୁ ଅମୃତପାଲ୍ ଫେରିନଥିଲେ । ପରିବାର ଓ ବିଏସଏଫ୍ ଅଧିକାରୀମାନେ ଯେତେବେଳେ କଣ୍ଟିଲା ତାର ନିକଟକୁ ଯାଇଥିଲେ, ସେଠାରେ ଅମୃତପାଲଙ୍କ ପାଦଚିହ୍ନ ପାକିସ୍ତାନ ଦିଗକୁ ଯାଇଥିବା ଦେଖାଯାଇଥିଲା।