
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ମଦ୍ୟପାନ ପରେ ବଚସାକୁ କେନ୍ଦ୍ର କରି ଦୁଇ ଜଣ ଯୁବକ ହାତାହାତି ହୋଇଥିଲେ । ସନ୍ତୋଷ ପାତ୍ର ନାମକ ଯୁବକ ଏକ ଠେଙ୍ଗାରେ ଅନ୍ୟ ଜଣେ ଯୁବକଙ୍କୁ ଗାଁ ରାସ୍ତାରେ ପିଟି ପିଟି ହତ୍ୟା କରିଛନ୍ତି । ଆଜି ସକାଳେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତ ସନ୍ତୋଷକୁ ପୋଲିସ ଗିରଫ କରିଛି ।