
-
ଫୋନ ବି ଉଠାଇ ନାହାନ୍ତି କିଛି ଅଫିସର
ଭୁବନେଶ୍ୱର– ବିଧାନସଭା ସଦାଚାର କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କିଛି ସରକାରୀ ଅଧିକାରୀ ବିଧାୟକଙ୍କୁ ଉଚିତ ସମ୍ମାନ ଦେଉ ନଥିବା ଏବଂ ଫୋନ ମଧ୍ୟ ଉଠାଉନଥିବା ପ୍ରସଙ୍ଗ ଉଠିଥିବା ବେଳେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ବୈଠକରେ ସଚିବ ମାନେ ଯୋଗ ଦେବେ ଓ କିପରି ଅଧିକାରୀ ଓ ବିଧାୟକଙ୍କ ଭିତରେ ସମନ୍ୱୟ ରହିବ ସେ ନେଇ ଆଲୋଚନା ହେବ। ସେହିପରି ବିଧାୟକମାନେ ଜିଲ୍ଲାରେ କିମ୍ବା ନିଜ ଅଂଚଳରେ କରୁଥିବା ଜନ ଶୁଣାଣି ପରେ କେତେ ସମାଧାନ ହେଉଛି,କେତେ ହେଉନି ଓ କେଉଁ କାରଣପାଇଁ ସମାଧାନ ହେଉଁନି ତାହା ଏଣିକି ଲିଖିତଭବେ ଜଣାଇବେ ଅଧିକାରୀ। ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପନା କରାଯିବ ବୋଲି ସଦାଚାର କମିଟି ଅଧ୍ୟକ୍ଷ ସନାତନ ବିଜୁଳି ସୂଚନା ଦେଇଛନ୍ତି।