କେନ୍ଦୁଝର- ଅନେକ ଦିନ ପରେ ହେଲେ ବି, କେନ୍ଦୁଝର ଜିଲ୍ଲା ପ୍ରଶାସନ ର ନିଦ ଭାଙ୍ଗିଛି । ଏବଂ ହଠାତ୍ ସହର ରେ ଗୁଟଖା ଓ ତମାଖୁ ବିକୁଥିବା ଦୋକାନ ଗୁଡିକରେ ମାରିଛି ଛାପା । ଆଜି ଗୁରୁବାର ଦିନ କେନ୍ଦୁଝର ଡ୍ରଗ୍ସ ଇନିସପେକ୍ଟର, ଏକ୍ସାଇଜ ଆଦି ଚାରୋଟି ବିଭାଗର ମିଳିତ ଭାବରେ କେନ୍ଦୁଝର ସହର ର ଏକାଧିକ ହୋଲସେଲର ଓ ବିଭିନ୍ନ ପାନ ଦୋକାନରେ ଚଢାଉ କରିଛି । ଏହି ଚଢାଉ ସମୟରେ ୍ନେକ ପରିମାଣର ତମାଖୁ ଓ ଗୁଟଖା ଜବତ କରା ଯାଇଛି ବୋଲି ସୂଚନା ମିଳିଛି । ସହରର ଯେଉଁ ବ୍ୟବସାୟୀ ମାନେ ସରକାରୀ ନିଦେ୍ର୍ଧଶ କୁ ଖୋଲା ଖୋଲି ବେଖାତିର କରି ଲୁଚା ଛପାରେ ତମାଖୁ ଓ ଗୁଟକା ଆଦି ବିକ୍ରୀବଟା କରୁଥିଲେ ସେହିମାନଙ୍କ ଠାରୁ ଜିନିଷ ଜବଦ କରିବା ସହ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ଏହି ଘଟଣାରେ ସହରର ବ୍ୟବସାୟୀ ମାନଙ୍କ ମଧ୍ୟରେ ଭୟର ବାତାବରଣ ଲକ୍ଷ୍ୟ କରାଯାଇଛି । କିନ୍ତୁ ମଝିରେ ଦିନେ ଅଧେ ଏଭଳି ଚଢାଉ ବ୍ୟବସାୟୀ ମାନଙ୍କ ଉପରେ କେତେଦୂର ପ୍ରଭାବ ପକାଇବ ତାହା ଅବଶ୍ୟ ସମୟ କହିବ ।
Related Stories
November 25, 2024