
ଭୁବନେଶ୍ୱର– ଗଜପତି କପିଳେନ୍ଦ୍ର ଦେବ ମହାରାଜାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀକେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବ ମହାରାଜାଙ୍କ ୫୯୦ ତମ ରାଜ୍ୟାଭିଷେକ ଦିବସରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।