
ଭୁବନେଶ୍ୱର– ଗଜପତି କପିଳେନ୍ଦ୍ର ଦେବ ମହାରାଜାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବ ମହାରାଜାଙ୍କ ୫୯୦ ତମ ରାଜ୍ୟାଭିଷେକ ଦିବସରେ ତାଙ୍କୁ ଭକ୍ତିପୂତ ପ୍ରଣତି ଜଣାଉଛି ।