
ଜୟପୁର– ରାଜସ୍ଥାନରେ ଶନିବାର ଶୁଷ୍କ ପାଗ ଥିବା ପରେ ସଂଧ୍ୟା ସମୟରେ ପାଗରେ ପରିବର୍ତ୍ତନ ଆସିଥିଲା ଓ ସିକର, ଅଲୱର, ଭରତପୁର, କରୌଳି ଓ ଧୋଲପୁର ସହିତ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ପ୍ରାୟ ଏକ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ଜୟପୁର କେନ୍ଦ୍ର ରବିବାର ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଦେଖାଯାଇଥିବାରୁ ଆଲର୍ଟ ଜାରି କରିଛି। ବିଭାଗ ପରବର୍ତ୍ତୀ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ‘ଯେଲୋ ଆଲର୍ଟ’ ଘୋଷଣା କରିଛି।
ପଶ୍ଚିମ ରାଜସ୍ଥାନର ଜିଲ୍ଲାଗୁଡ଼ିକରେ ବର୍ଷା କମିଥିବା ସହିତ ସେଠାରେ ଗରମ ବଢ଼ିଛି। ଶନିବାର ଦିନ ଶ୍ରୀଗଙ୍ଗାନଗରରେ ସର୍ବାଧିକ ତାପମାନ ୪୧.୪ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିଲା । ଜୟପୁରରେ ସମଗ୍ର ଦିନ ହାଲୁକା ମେଘ ମଧ୍ୟରେ ସୂର୍ଯ୍ୟ କିରଣ ପଡିଥିଲା ଓ ସର୍ବାଧିକ ତାପମାନ ୩୩.୬ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି।