
ଭୁବନେଶ୍ୱର– ‘ଗଜପତି ଗୌରବ ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀର ଶ୍ରୀ ଶ୍ରୀ ଶ୍ରୀ ପ୍ରତାପ କପିଳେନ୍ଦ୍ର ଦେବ ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ‘ଗଜପତି ଗୌରବ ଦିବସ’ ଅବସରରେ ହାର୍ଦ୍ଦିକ ଶୁଭକାମନା ।