
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଏହି ପବିତ୍ର ଦିନରେ ଭକ୍ତ ଏବଂ ଭଗବାଙ୍କର ଅପୂର୍ଵ ମିଳନ ହୋଇଛି|ଦେଶ ବିଦେଶ ତଥା ଭାରତ ର କୋଣ ଅନୁକୋଣ ରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା |
ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ରକ୍ଷାକର୍ତ୍ତା ତାଙ୍କର ଲୀଳା ଅପାର |ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସେ ସମସ୍ତଙ୍କର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ।ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡ ଲୋକାରଣ୍ୟ ହୋଇଥିଲା| ବଡଦାଣ୍ଡ ରେ ଭକ୍ତମାନେ ଆନନ୍ଦ ଓ ଉତ୍ସାହର ସହ ଆଧ୍ୟାତ୍ମିକ ବାତାବରଣରେ ରଥ ଟାଣିଥିଲେ । ବଳଭଦ୍ର ଙ୍କ ତାଳଦ୍ୱାଜ ରଥ ବଳ ଗଣ୍ଡି ଠାରେ, ଦେବୀ ସୁଭଦ୍ରା ଙ୍କ ଦର୍ପ ଦଳନ ମାରିଚି କୋଟ ଛକ ନିକଟରେ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ଅଟକି ରହିଛି| ଆସନ୍ତା କାଲି ସକାଳ ୯. ୩0 ମିନଟ ସମୟରେ ରଥ ଟଣା ପୁନର୍ବାର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି|
ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତବର୍ଷ ରଥଯାତ୍ରା ଶୃଙ୍ଖଳିତ ହୋଇଥିଲେ ମଧ୍ୟ ମହାପ୍ରଭୁ ଙ୍କ ନନ୍ଦିଘୋଷ ରଥ ସୂର୍ଯ୍ୟାସ୍ତ ପରେ ଟଣା ଯାଇଥିଲା ଯାହାକି ଶାସ୍ତ୍ର ବିରୋଧ | ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ରଥ ଟଣାଯାଏ ନାହିଁ ।
ରଥଯାତ୍ରା ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ, ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ବିଧାୟକ ସାମିଲ ହୋଇଥିଲେ |