
ଜୟପୁର– ବିକ୍ରମଦେବ ବିଶ୍ୱବିଦ୍ୟାଳୟ କୁଳସଚିବ ମହେଶ୍ୱରଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆପ୍ରେଣ୍ଟିସିପ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଶିକ୍ଷା ବର୍ଷ ୨୦୨୫-୨୬ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ତାଲିମ୍ ପାଠ୍ୟକ୍ରମରେ ରାୟଗଡ଼ା ଓ ଗୁଣପୁର ମହାବିଦ୍ୟାଳୟର ବାଣିଜ୍ୟ ଓ ଗୃହବିଜ୍ଞାନର ଛାତ୍ରଛାତ୍ରୀମାନେ ତାଲିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ବୋଲି ସ୍ଥିର କରାଯାଇଥିଲା।
ବୈଠକରେ ପରୀକ୍ଷା ନିୟନ୍ତ୍ରଣ ରଞ୍ଜନ କୁମାର ପ୍ରଧାନ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ନାୟକ, ବିତ୍ତ ନିୟନ୍ତ୍ରଣକ ସଚିନ କୁମାର ନାୟକ, ମାନବ ସମ୍ବଳ ବିକାଶ ନିର୍ଦ୍ଦେଶକ ଡ. ଦେବୀଦତ୍ତ ଇନ୍ଦୋରିଆ, ମହାବିଦ୍ୟାଳୟ ବିକାଶ ପରିଷଦ ନିର୍ଦ୍ଦେଶକ ମହେଶ୍ବର ଦୁରିଆ, ଡ. ମିହିର ଜେନା, ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି, ବିକାଶ ରଞ୍ଜନ ଭୂୟାଁ, ଚନ୍ଦନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।