
ଜୟପୁର– ଜୟପୁରରେ ରଥଯାତ୍ରା ଓ ଡାଇରିଆର ଭୟ ଥିବା ଯୋଗୁଁ ଜୟପୁର ମୁଖ୍ୟ ରାସ୍ତା କଡରେ ଥିବା ହୋଟେଲ ଗୁଡିକର ଖାଦ୍ୟ ଯାଞ୍ଚ କରିଛି ପୌରପାଳିକା। ପୌରପାଳିକାର ଏକ ଟିମ ଫୁଡ ଜୋନର ସମସ୍ତ ଦୋକାନ, ମହାରାଜା ହୋଟେଲ, ସୌରାସାହି ନିକଟରେ ପ୍ରିନ୍ସେସ ହୋଟେଲ ଓ ବିଭିନ୍ନ ଉଠା ଦୋକାନ ଗୁଡିକୁ ଯାଇ ଉନ୍ନତ ମାନର ଖାଦ୍ୟ ପ୍ରଦାନ କରିବାକୁ ତାଗିଦ କରିଥିଲେ। ହୋଟେଲ ଗୁଡିକରେ ସ୍ବଚ୍ଛ ଓ ନିର୍ମଳ ପାଣି ବ୍ୟବହାର କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଥିଲା। ଆସନ୍ତା ୨ ଦିନ ପରେ ସ୍ବାସ୍ଥ୍ୟ ଅଧିକାରୀ ଆସିବା ପରେ ପୁଣି ଥରେ ସମସ୍ତ ଦୋକାନ ଗୁଡିକରେ ଚଢଉ କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ଯାଞ୍ଚ ଟିମରେ ସାନିଟେରି ଇନ୍ସପେକ୍ଟର ଭୁବନୀ ହାଲବା, ସାନିଟାରି ଏକ୍ସପର୍ଟ ସତ୍ୟ ନାରାୟଣ ପାତ୍ର, କିରଣ କୁମାର ମଲ୍ଲିକ, ଜମାଦାର ପି.ଜଗଦୀଶ ରାଓଙ୍କ ସମେତ ପୌର କର୍ମକର୍ତ୍ତା ଉପସ୍ଥିତ ଥିଲେ।