
ଭୁବନେଶ୍ୱର- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୨୭ ତାରିଖ ସୁଦ୍ଧା ରାଜ୍ୟରେ ୧୯୦.୫ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୫ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୮୧.୬ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୯ ଜିଲ୍ଲାରେ ଅତ୍ୟଧିକ, ୧୭ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୪ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।