
ଭୁବନେଶ୍ୱର, ଜୁନ୍ ୨୯ ତାରିଖ ଠାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୟରେ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ଏବଂ ସ୍ଥଳ ବିଶେଷରେ ୫୫ କି.ମି.କୁ ଛୁଇଁପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।