
ଭୁବନେଶ୍ୱର– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଆ ମାଟିର ଗର୍ବ ଓ ଗୌରବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ପ୍ରଭାତି ପରିଡା କହିଛନ୍ତି ଯେ, ଆପଣଙ୍କ ଦୃଢ଼ ନେତୃତ୍ୱରେ ଭାରତର ଶିକ୍ଷାକ୍ଷେତ୍ର ଆହୁରି ଅଗ୍ରଗତି କରୁ ଏବଂ ଆପଣଙ୍କର ସୁସ୍ଥ ଓ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।