
ଭୁବନେଶ୍ୱର– ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏବିଭିପି ତରଫରୁ ପୁରୀରେ ‘ରଥଯାତ୍ରା ସେବାଶିବିର’ ଅନୁଷ୍ଠିତ ହେବାକୁ ଯାଉଅଛି। ଉଦ୍ଘାଟନ କାର୍ଯ୍ୟକ୍ରମ ଆଜି ଦିନ ୧୦ ଘଟିକାରେ ଟାଉନ ହଲ, ପୁରୀରେ ଅନୁଷ୍ଠିତ ହେବ। ସେବାକାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏବିଭିପି ପକ୍ଷରୁ ହାର୍ଦ୍ଦିକ ସ୍ବାଗତ କରାଯାଇଛି।