
ନୂଆଦିଲ୍ଲୀ– ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର୍ ଇଣ୍ଡିଆ ଦୁର୍ଘଟଣା ପରେ ମିଳିଥିବା ବ୍ଲ୍ୟାକ୍ ବକ୍ସ ସହ ଜଡିତ ସୂଚନା ସେୟାର କରିଛି। ମନ୍ତ୍ରଣାଳୟ କହିଛି ଯେ ୨୪ ଜୁନରେ ବିମାନର ଫ୍ରଣ୍ଟ ବ୍ଲାକ୍ ବକ୍ସରୁ କ୍ରାସ ପ୍ରୋଟେକ୍ସନ୍ ମଡ୍ୟୁଲକୁ ସୁରକ୍ଷିତ ଭାବରେ ବାହାର କରାଯାଇଛି, ଓ ୨୫ ଜୁନରେ ମେମୋରୀ ମଡ୍ୟୁଲ୍କୁ ସଫଳତାର ସହିତ ଏକ୍ସେସ୍ କରାଯାଇଛି ଓ ତାହାର ଡାଟା ଏଏଆଇବି ଲ୍ୟାବ୍ରେ ଡାଉନଲୋଡ୍ କରାଯାଇଛି। ସିଭିଆର ଓ ଏଫଡିଆର ଡାଟାର ବିଶ୍ଳେଷଣ ଚାଲିଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗୁରୁବାର ଜାରି କରିଥିବା ଏକ ବିବୃତିରେ କହିଛି ଯେ ଏୟାର୍ ଇଣ୍ଡିଆର ଫ୍ଲାଇଟ୍ ସଂଖ୍ୟା ଏଆଇ-171 ର ବ୍ଲାକ୍ ବକ୍ସ ଡାଟାର ବିଶ୍ଳେଷଣ ଏଵେ ଚାଲିଛି। କକପିଟ ଭଏସ୍ ରେକର୍ଡର୍ ଓ ଫ୍ଲାଇଟ୍ ଡାଟା ରେକର୍ଡର୍ – ଦୁଇଟିକୁ ଉଦ୍ଧାର କରାଯାଇଛି ଓ ଏହାକୁ ଦିଲ୍ଲୀକୁ ନିଆଯାଇଛି, ଯେଉଁଠି ଏଗୁଡ଼ିକର ଡାଟା ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଲ୍ୟାବରେ ବିଶ୍ଳେଷଣ କରାଯାଉଛି।
ମନ୍ତ୍ରାଳୟ କହିଛି ଯେ ଏହି ଟିମ୍ର ନେତୃତ୍ୱ ଏଏଆଇବିର ମହାନିର୍ଦେଶକ କରୁଛନ୍ତି। ଏଥିରେ ଯୁକ୍ତରାଷ୍ଟ୍ର ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡର ଜଣେ ପ୍ରତିନିଧି, ଜଣେ ବିମାନନ୍ ଚିକିତ୍ସା ବିଶେଷଜ୍ଞ, ଓ ଜଣେ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।