
ଲକ୍ଷ୍ନୌ– ସମ୍ବିଧାନ ହତ୍ୟା ଦିବସର 50 ବର୍ଷ ପୂର୍ତ୍ତି ଅବସରରେ ଗଣତନ୍ତ୍ର ସୈନିକମାନଙ୍କ ସଂଘର୍ଷକୁ ମନେ ପକାଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, 1975, ଜୁନ 25 ଭାରତୀୟ ଗଣତନ୍ତ୍ରର କଳାଦିବସ ଅଟେ ।ଆଜିର ଦିନରେ କଂଗ୍ରେସ୍ ଦେଶ ଉପରେ ଜରୁରୀକାଳ ଥୋପି ଦେଇ ସଂବିଧାନ, ଅଭିବ୍ୟକ୍ତିର ସ୍ୱାଧୀନତା ଓ ନାଗରିକ ଅଧିକାରଗୁଡ଼ିକୁ ଦମନ କରିଥିଲା। ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ ସଂଘର୍ଷ କରିଥିବା ସମସ୍ତ ମହାନ ଗଣତନ୍ତ୍ର ସୈନିକମାନଙ୍କୁ କୋଟି କୋଟି ନମନ!