
ନୂଆଦିଲ୍ଲୀ– ଜରୁରୀକାଳର ୫୦ତମ ବାର୍ଷିକୀ ଅବସରରେ କାଲି (ଗୁରୁବାର) ରାଜଧାନୀ ଦିଲ୍ଲୀର ଡ଼ା. ଆମ୍ବେଦକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ରେ ବହୁଭାଷୀ ସଂଵାଦ ସମିତି ‘ହିନ୍ଦୁସ୍ଥାନ ସମାଚାର’ ର ତତ୍ତ୍ୱାବଧାନରେ ଏକ ବିଚାର ମହାକୁମ୍ଭ ଆୟୋଜିତ ହେବ। ଏହି ଅନୁଷ୍ଠାନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଓ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରି ପ୍ରମୁଖ ଭାବେ ଉପସ୍ଥିତ ରହିବେ।
‘ସଂବିଧାନ ହତ୍ୟା ଦିବସ’ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜରୁରୀକାଳର କଳା ଅଧ୍ୟାୟର ଶିକ୍ଷା ଓ ବାର୍ତ୍ତାକୁ କେନ୍ଦ୍ରବିନ୍ଦୁରେ ରଖି ସଂଵାଦ ଓ ଚର୍ଚ୍ଚା ହେବ। ଏଥିରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଅଧ୍ୟକ୍ଷ ଓ ‘ହିନ୍ଦୁସ୍ଥାନ ସମାଚାର’ ର ଗୋଷ୍ଠୀ ସମ୍ପାଦକ ପଦ୍ମଭୂଷଣ ରାମବହାଦୁର ରାୟ, ରାଷ୍ଟ୍ରୀୟ ସ୍ୱାଭିମାନ ଆନ୍ଦୋଳନର ସଂସ୍ଥାପକ ଅଧ୍ୟକ୍ଷ କେ.ଏନ୍. ଗୋବିନ୍ଦାଚାର୍ଯ୍ୟ ପରି ଗୁରୁତ୍ୱପୂର୍ଣ୍ଣ ଚିନ୍ତକମାନେ ଓ ଜରୁରୀକାଳର ସାକ୍ଷୀମାନେ ତାଙ୍କର ଅନୁଭବ ଦେଶ ସମ୍ମୁଖରେ ବୟାନ କରିବେ।
ଏହି ସମୟରେ ଡ଼ା. ଆମ୍ବେଦକର୍ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ତତ୍ତ୍ୱାବଧାନରେ ଜରୁରୀକାଳକୁ କେନ୍ଦ୍ର କରି ଏକ ପ୍ରଦର୍ଶନୀ ଓ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶନ କରାଯିବ। ଏଥିରେ ଯୁବପିଢ଼ୀକୁ ସେହି ଦିନଗୁଡ଼ିକର ରାଜନୈତିକ ଓ ସାମାଜିକ ବାସ୍ତବତା ସହିତ ପରିଚିତ ହେବାର ଅବସର ମିଳିବ। ସେହିପରି ‘ହିନ୍ଦୁସ୍ଥାନ ସମାଚାର’ ର ପାକ୍ଷିକ ପତ୍ରିକା ‘ୟୁଗବାର୍ତ୍ତା’ ଓ ମାସିକ ପତ୍ରିକା ‘ନବୋତ୍ଥାନ’ ର ଜରୁରୀକାଳକୁ ନିର୍ଦ୍ଦେଶ କରି ତିଆରି ହୋଇଥିବା ବିଶେଷାଙ୍କର ଲୋକାର୍ପଣ ମଧ୍ୟ ହେବ।