
ଓଷ୍ଟ୍ରାଭା– ଭାରତର ଜାଭେଲିନ୍ ଥ୍ରୋ ତାରକା ଓ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ନୀରଜ ଚୋପ୍ରା ମଙ୍ଗଳବାର ଦିନ ୬୪ତମ ଓସ୍ଟ୍ରାଭା ଗୋଲ୍ଡନ୍ ସ୍ପାଇକ୍ ପ୍ରତିଯୋଗିତାରେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଟାଇଟେଲ ଜିତିଛନ୍ତି। ଏହି ପ୍ରତିଯୋଗିତା ବିଶ୍ୱ ଏଥ୍ଲେଟିକ୍ସ କନ୍ଟିନେଣ୍ଟାଲ୍ ଟୁର୍ (ଗୋଲ୍ଡ୍ ଲେଭେଲ୍) ର ପ୍ରତିଷ୍ଠିତ ଆୟୋଜନ ଥିଲା।
୨୭ ବର୍ଷୀୟ ନୀରଜ ତୃତୀୟ ଚେଷ୍ଟାରେ ୮୫.୨୯ ମିଟର୍ ଦୂରତାକୁ ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡୋଉ ସ୍ମିଟ୍ ୮୪.୧୨ ମିଟର୍ ଥ୍ରୋ ସହିତ ଥିଲେ ଓ ଗ୍ରେନାଡାର ଏଣ୍ଡରସନ୍ ପିଟର୍ସ ୮୩.୬୩ ମିଟର୍ ସହିତ ତୃତୀୟ ସ୍ଥାନରେ ରହିଥିଲେ।