
ତେହରାନ– ଇରାନର ପରମାଣୁ ଉର୍ଜା ଏଜେନ୍ସିଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ କୌଣସି ପରିସ୍ଥିତିରେ ବନ୍ଦ ହେବନି । ଏଇଓଆଇର ମୁଖପାତ୍ର ମଙ୍ଗଳବାର ଜାରି କରିଥିବା ବିବୃତିରେ କହିଛନ୍ତି ଯେ ଇରାନ ୟୁରାନିୟମ୍ ସଂବର୍ଧନ ପ୍ରକ୍ରିୟା ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ଏବଂ ଏହି ପ୍ରକ୍ରିୟା କୌଣସି ବାହ୍ୟ ଚାପ ଅଧୀନ ନୁହେଁ।
ଏଇଓଆଇକହିଛି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ଅଟେ ଏବଂ ଏହା ଆମର ଜାତୀୟ ସାର୍ବଭୌମତ୍ୱ ଓ ବୈଜ୍ଞାନିକ ଆତ୍ମନିର୍ଭରତାର ପ୍ରତୀକ। ଆମେ ଆମର ଅଧିକାର ଠାରୁ ପଛକୁ ହଟିବୁ ନାହିଁ । ଏଜେନ୍ସି ଆହୁରି କହିଛି ଯେ ୟୁରାନିୟମ୍ ସଂବର୍ଧନ ପ୍ରକ୍ରିୟା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ, କିନ୍ତୁ ଏହାକୁ କୌଣସି ରାଜନୈତିକ ଚାପ କିମ୍ବା ବୁଝାମଣା ଆଧାରରେ ତ୍ୟାଗ କରାଯିବ ନାହିଁ।